ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକରଣ ପାଇଁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଏଥରକ ହିତାଧିକାରୀ କୋଭିଡ ୨.୦ ଆପ୍ ଦ୍ୱାରା ନିଜେ ମଧ୍ୟ ପଞ୍ଜିକରଣ କରିପାରିବେ । ଏହାବ୍ୟତିତ ଟୀକାକରଣ କେନ୍ଦ୍ରରେ ମଧ୍ୟ ପଞ୍ଜିକରଣ ହୋଇପାରିବ । ସେହିପରି ଏଥରକ ମୋବାଇଲ ନଂ ଦ୍ୱାରା ପଞ୍ଜିକରଣ ହେବ ଏବଂ ଫୋନ୍ ରେ ଓଟିପି ରାଜ୍ୟଗୁଡିକର ଦାୟିତ୍ୱ ହେବ ।
ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କୁ ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରାଇବାର ଦାୟିତ୍ୱ ଦେଇଛନ୍ତି ସରକାର । ଏଥିପାଇଁ ଆଶା କର୍ମୀ, ଏଏନଏମ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସକ୍ରିୟ କରାଯିବ । ସମସ୍ତ ଟୀକାକରଣକାରୀଙ୍କୁ ଏକ ଲିଙ୍କ୍ ସହିତ ଏକ ଛଜ କୋଡ୍ ଦିଆଯିବ ଯେଉଁଠାରୁ ସେମାନେ ଟୀକାକରଣ ପ୍ରମାଣପତ୍ର ଡାଉନଲୋଡ୍ କରିପାରିବେ । ଉଲ୍ଲେଖଥାଉ କି, ଏହି ପ୍ରମାଣପତ୍ର ଟୀକାକରଣ କେନ୍ଦ୍ରରେ ମଧ୍ୟ ଉପଲବ୍ଧ ହେବ।
ଗୋଟେ ମୋବାଇଲ ନଂ ରୁ ଚାରି ଜଚ୍ଚଙ୍କ ପଞ୍ଜିକରଣ ହୋଇପାରିବ । ଭେରିଫିକେସନ ପରେ ପରିଚୟ ପତ୍ର ଦେବାକୁ ହେବ ଯାହାକୁ ଟୀକା ଲଗାଇବା ପରେ ଦେଖାଇବାକୁ ହେବ । ପ୍ରଥମ ଡୋଜ ଲଗାଇବାର ଠିକ୍ ୨୯ ଦିନ ପରେ କମ୍ପ୍ୟୁଟର ସିଷ୍ଟମ ମାଧ୍ୟମରେ ଦ୍ୱିତୀୟ ଡୋଜ୍ ର ମେସେଜ ଯିବ । ଆପଣ ଆପଣଙ୍କ ହିସାବରେ ସମୟ. ଦିନ ଏବଂ ଟୀକା ଲଗାଇବାର ସ୍ଥାନ ବାଛି ପାରିବେ । ଏହାସହିତ ଟୀକା ଲଗାଇବା ସମୟରେ ଆଧାର ବା ଭୋଟର କାର୍ଡ ବାଧ୍ୟତାମୂଳକ ।