ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଟୀକାକରଣ ଅଭିଯାନ ଜାରି ରହିଥିବା ବେଳେ ଏହାରି ମଧ୍ୟର ସାମ୍ନାକୁ ଆସୁଥିବା ଟୀକାର ପାଶ୍ୱର୍ପ୍ରତିକ୍ରିୟା ମାମଲାକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ପରେ ଏବେ ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ମଧ୍ୟ ଏକ ଫ୍ୟାକ୍ଟସିଟ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ।
ଫ୍ୟାକ୍ଟସିଟ୍ ଜାରି କରାଯାଇ ସେରମ ଇଂଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି କି, ଅକ୍ସଫୋର୍ଡ-ଏଷ୍ଟ୍ରଜେନେକାର ର କୋଭିସିଲ୍ଡ କାହାକୁ ଲଗାଯିବା ଉଚିତ୍ ନୁହେଁ । ଫ୍ୟାକ୍ଟସିଟ୍ ରେ କୁହାଯାଇଛି କି, ଯଦି କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ରେ କୌଣସି ପ୍ରକାରର ଆଲର୍ଜି ଦେଖାଦେଉଛି ତେବେ ସେମାନଙ୍କୁ କୋଭିସିଲ୍ଡର ଆଗାମୀ ଡୋଜ ନେବା ଉଚିତ୍ ନୁହେଁ ।
କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି, କୋଭିସିଲ୍ଡର ନିର୍ମାଣରେ ଏଲ-ହିଷ୍ଟିଡାଇନ୍ ହାଇଡ୍ରୋକ୍ଲୋରାଇଡ ମୋନୋହାଇଡ୍ରେଟ, ମ୍ୟାଗ୍ନେସିୟମ କ୍ଲୋଲାଇଡ ହେକ୍ସାହାଇଡ୍ରେଟ, ପଲିସରବେଟ ୮୦, ଇଥେନଲ, ସୁକ୍ରୋଜ, ସୋଡିୟମ, କ୍ଲୋରାଇଡ, ଡାଇସୋଡିୟମ ଇଡେଟେଟ ଡାଇହାଇଡ୍ରେଟ , ପାଣି ଆଦି ବ୍ୟବହାର କରାଯାଇଛି ।
କେଉଁ ଲୋକ କୋଭିସିଲ୍ଡ ଟୀକା ନେବା ଉଚିତ୍ ନୁହେଁ:
– ଯଦି ଆପଣଙ୍କୁ, କୌଣସି ଔଷଧ, ଖାଦ୍ୟ ସାମଗ୍ରୀ, କୌଣସି ଟୀକ ବା କୋଭିସିଲ୍ଡ ରେ କୌଣସି ଆଲର୍ଜି ଦେଖାଦେଉଛି ତେବେ କୋଭିସିଲ୍ଟ ଟୀକା ଲଗାନ୍ତୁ ନାହିଁ ।
– ଯଦି ଜ୍ୱର, ଅତ୍ୟଧିକ ରକ୍ତସ୍ରାବ କିମ୍ବା ରକ୍ତ ସମ୍ବନ୍ଧୀୟ ରୋଗ ରହିଛି ବା ଯାହାର ରୋଗପ୍ରତିରୋଧକ କ୍ଷମତା କମ ଥିବ ସେମାନେ ଟୀକା ନେବା ଉଚିତ୍ ନୁହେଁ ।
– ଯଦି କୋଭିସିଲ୍ଡର ପ୍ରଥମ ଡୋଜ ପରେ କୌଣସି ଆଲର୍ଜି ଦେଖାଦେଉଛି ତେବେ ଦ୍ୱିତୀୟ ଡୋଜ୍ ନେବା ଉଚିତ୍ ନୁହେଁ ।
– ଯଦି କୌଣସି ଗର୍ଭବତୀ ମହିଳା ବା ଭବିଷ୍ୟତରେ ଗର୍ଭଧାରଣ କରିବାକୁ ଚାହୁୁଁଥିବା ମହିଳା ଥିବେ ତେବେ ସେମାନଙ୍କୁ ଡାକ୍ତରଙ୍କୁ ପରାମର୍ଶ କରିବାକୁ ହେବ ।
– ଯଦି କୌଣସି ବ୍ୟକ୍ତି କରୋନାର ଅନ୍ୟ କୌଣସି ଟୀକା ନେଇଥିବେ ତେବେ ସେମାନଙ୍କୁ କୋଭିସିଲ୍ଡ ଟୀକା ନେବା ଆବଶ୍ୟକ ନାହିଁ ।