ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଏହାକୁ ମାତ୍ ଦେବା ପାଇଁ ଏକମାତ୍ର ଅସ୍ତ୍ର ଟୀକାକରଣ । କିନ୍ତୁ ଦେଶରେ ଅନେକ ରାଜ୍ୟରେ କରୋନା ଟୀକାର ଅଭାବ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆମେରିକାର ଫାଇଜର କମ୍ପାନୀ ଏବେ ଭାରତକୁ ପାଞ୍ଚ କୋଟି ଟୀକା ଦେବା ପାଇଁ ପ୍ରସ୍ତୁତ ଚଳାଇଛି ।
ଏନେଇ ଫାଇଜର କହିଛି କି, ଭାରତକୁ ଜୁଲାଇରେ ଏକ କୋଟି ଟୀକା, ଅଗଷ୍ଟରେ ଦୁଇ କୋଟି, ସେପ୍ଟମ୍ବରରେ ଏକକୋଟି ଏବଂ ଅକ୍ଟୋବରରେ ଏକ କୋଟି ଟୀକା ଦିଆଯିବ । ଏଥିପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରିବୁ ଏବଂ ଟୀକାର ପେମେଣ୍ଟ ଭାରତ ସରକାରଙତକ ପକ୍ଷରୁ ଫାଇଜର କମ୍ପାନୀକୁ ହିଁ କରିବାକୁ ହେବ ।
ସୂତ୍ରରେ କୁହାଯାଇଛି କି, ଭାରତକୁ ଟୀକା ଯୋଗାଇବା ପାଇଁ ଫାଇଜର ଭାରତ ସହ କ୍ଷତିପୂରଣର ଚୁକ୍ତିନାମା ମଧ୍ୟ କରିଛି ଏବଂ ଏହାର ଦସ୍ତାବିଜ୍ ମଧ୍ୟ ପଠାଇଛି ।