ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକା କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାଇରସକୁ ଗଭୀର ଭାବେ ଅଧ୍ୟୟନ କରିବା ପରେ ଭାରତରେ ପ୍ରସ୍ତୁତ ସ୍ୱଦେଶୀ ଟୀକା ୯୦ ପ୍ରତିଶତରୁ ବି ଅଧିକ ଶରୀରରେ ଆଣ୍ଟିବଡି ସୃଷ୍ଟି କରୁଛି । ଦୁଇଟି ଫେଜ ମଧ୍ୟରୁ ଗୋଟେ ଫେଜର ପରିଣାମ ଆଇସିଏମଆର ସହ ଡିଲ କରିଛି କମ୍ପାନୀ । ଯେଉଁଥିରୁ ଜାଣିବାକୁ ମିଳିଛି କି ଟୀକା ଦେବା ପରେ ଅଧିକାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି, ଯାହା ତାଙ୍କୁ ଭାଇରସରୁ ରକ୍ଷା କରୁଛି ।
ଆଇସିଏମଆରର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପୁଣେ ସ୍ଥିତ ଏନଆଇବି ବୈଜ୍ଞାନିକଙ୍କ ସହାୟତାରେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ନାମକ ଟୀକା ପ୍ରସ୍ତୁତ କରାଯାଇଥିଲା । ଯେଉଁ ଲୋକମାନଙ୍କୁ ଏହି ଟୀକା ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ।
ସେହିପରି ଦିଲ୍ଲୀ ଏମ୍ସର ନୋଡାଲ ଅଧିକାରୀ ଡାକ୍ତର ସଞ୍ଜୟ ରାୟ କହିଛନ୍ତି କି ଗୋଟେ ସପ୍ତାହ ପୂର୍ବରୁ ଲୋକଙ୍କୁ ଏହି ଟୀକାର ଦ୍ୱିତୀୟ ଡୋଜ ଦିଆଯାଇଛି । ଏବେ ସେହି ଲୋକଙ୍କ ଉପରେ ନଜର ରହିଛି । ବର୍ତ୍ତମାନ ଏହି ଟୀକାର ପରିଣାମ ସନ୍ତୋଷଜନକ ରହିଛି ।
ଟୀକାର ତୃତୀୟ ଫେଜ ପାର କରିବା ପରେ ଯଦି ପରିଣାମ ଭଲ ରହିଲା ତେବେ ଏହି ଟୀକାକୁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ କରାଯିବ । ତୃତୀୟ ଫେଜ ଅନୁଯାୟୀ ହଜାର ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଥାଏ । ସେଥିପାଇଁ ଭାରତ ବାୟୋଟେକ କମ୍ପାନୀ ପକ୍ଷରୁ ଦୁନିଆର ୧୦ ଦେଶରେ ପରୀକ୍ଷଣ ପାଇଁ ନିଷ୍ପତି ନିଆଯାଇଛି । ସେହିଅନୁଯାୟୀ ତୃତୀୟ ଫେଜରେ ସ୍ୱଦେଶୀ ଟୀକାକୁ ୨୫ ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯିବ । ଭାରତରେ ପାଖାପାଖି ୧୨ ରୁ ୧୪ ରାଜ୍ୟରେ ପରୀକ୍ଷଣ ହେବ ।