ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଜାରି ରହିଛି ଟୀକାକରଣ । ଟୀକାକରଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଆଗକୁ ରଥଯାତ୍ରା ଆସୁଛି, ଲକ୍ଷାଧିକ ଭକ୍ତ ଏକାଠି ହେବାର ରହିଛି ସମ୍ଭାବନା । ଏହାକୁ ଦୃଷ୍ଟିରେ ରଖି ପୁରୀରେ ଯୁଦ୍ଧକାଳୀନ ଭିତରେ ଟୀକାକରଣ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତି ନେଇଛି ।
ଦ୍ୱିତୀୟ ଡୋଜ ଓ ପ୍ରିକସନ୍ ଡୋଜ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅବଗତ କରାଇଥିବା ବେଳେ ପରିମଳ ଓ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ କୋଭିଡ ସଂକ୍ରମଣ ରହିଥିବା ବେଳେ ଆଗକୁ ମଧ୍ୟ ରହିବ । ରାଜ୍ୟରେ ଯେତିକି ମାତ୍ରରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରେ ବହୁତ କମ ହସ୍ପିଟାଲ ଯାଉଛନ୍ତି । ରାଜ୍ୟରେ ଯେହେତୁ ଟୀକାକରଣ ସଠିକ ଭାବେ ହୋଇଛି ସେଥିପାଇଁ ଭୟ କମ ରହିଛି ।