ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ସପ୍ତାହରେ ରିଅଲ ଟାଇମ କୋଭିଡ ଟେଷ୍ଟିଙ୍ଗ କିଟ୍ ଲଞ୍ଚ କରିଥିଲା ଔଷଧ ନିର୍ମାତା କମ୍ପାନୀ ସିପ୍ଲା । ଯାହା ବିକ୍ରି ପାଇଁ ଆଜି ବଜାରରେ ଉପଲବ୍ଧ ହେବ । ସିପ୍ଲା ଲଞ୍ଚ କରିଥିବା ଏହି କିଟ୍ ର ନାଁ ହେଉଛି ଭିରାଜେନ୍ ।
କମ୍ପାନୀର ମ୍ୟାନେଜିଙ୍ଗ ଡିରେକ୍ଟର ଉମଙ୍ଗ ବୋହରା କହିଛନ୍ତି କି, କରୋନା ଭାଇରସର ଟେଷ୍ଟିଂ ଶ୍ରେଣୀରେ ଭିରାଜେନ୍ ସିପ୍ଲାର ତୃତୀୟ କିଟ୍ । କିଟ୍ କୁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଦ୍ୱାରା ମାନ୍ୟତା ପ୍ରାପ୍ତ ।
ଟେଷ୍ଟିଂ କିଟ୍ ଲଞ୍ଚ କରିବା ପରେ କମ୍ପାନୀ କହିଥିଲା କି, ଏହାଦ୍ୱାରା କରୋନା ଟେଷ୍ଟ କରାଇବାରେ ଲୋକଙ୍କ ସମସ୍ୟାରେ ଆଶ୍ୱସ୍ତି ମିଳିବ ।