ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଔଷଧ ନିର୍ମିତ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ସିଙ୍ଗଲ ଡୋଜ ବିଶିଷ୍ଟ କରୋନା ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯାଇଛି । ଅଧିକାଂଶ ଔଷଧୀୟ କମ୍ପାନୀ ଡବଲ ଡୋଜ ବିଶିଷ୍ଟ କରୋନା ଟୀକା ଉପରେ ପରୀକ୍ଷଣ କରୁଛନ୍ତି । ମାତ୍ର ଜନସନ୍ ଆଣ୍ଡ ଜନସନ୍ ୬୦ ହଜାର ଭଲିଣ୍ଟିଅର୍ସଙ୍କ ଉପରେ ଟୀକା ପରୀକ୍ଷଣ କରିବାର ଯୋଜନା କରିଛି । ଏହି ପରୀକ୍ଷଣ ଆମେରିକା ବ୍ୟତିତ ଦକ୍ଷୀଣ ଆଫ୍ରିକା, ଆର୍ଜେଣ୍ଟିନା, ବ୍ରାଜିଲ, ଚିଲି, କୋଲାମ୍ବିୟା, ମେକ୍ସିକୋ ଏବଂ ପେରୁ ରେ ହେଉଛି ।
ବୈଜ୍ଞାନିକ ଡଃ. ପଲ ଷ୍ଟେଫେଲ କହିଛନ୍ତି କି, ୬୦ ହଜାର ଲୋକଙ୍କ ଉପରେ ଟେଷ୍ଟ ଦ୍ୱାରା ଅଲଗା ଅଲଗା ପ୍ରକାରର ପ୍ରଭାବ ଜଣାପଡିବ । ଆଶା କରୁଛି କି ଚଳିତବର୍ଷ ଶେଷ ସୁଧା ବା ଆଗାମୀ ବର୍ଷ ଆରମ୍ଭରେ ଫଳାଫଳ ମିଳିଯିବ । ଜରୁରୀକାଳୀନ ପରିସ୍ଥିତିର ସିଙ୍ଗଲ ଡୋଜ ଟୀକା ବହୁତ କାମ ଆସିପାରେ । ଆମେ ପରବର୍ତ୍ତୀ ମୁହୁର୍ତ୍ତରେ ବୁଷ୍ଟର ଡୋଜ ଉପରେ କାମ କରିବୁ । ପ୍ରଥମ ପର୍ଯ୍ୟାୟର କେବଳ ସିଙ୍ଗଲ ଡୋଜ ହିଁ ଲୋକଙ୍କୁ ଦୀର୍ଘ ସମୟ ପାଇଁ ବଞ୍ଚାଇବା ପାରିବ ।
କମ୍ପାନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି କି, ଏହି ଟେଷ୍ଟରେ ପରଖା ଯିବ କି କୋଭିଡ୧୯କୁ ରୋକିବାରେ ସିଙ୍ଗଲ ଡୋଜ ବିଶିଷ୍ଟ ଟୀକା ସଫଳ କି ନାହିଁ । ଏହା କୋଭିଡ୧୯ର କୌଣସି ବି ଟୀକାକୁ ନେଇ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ପରୀକ୍ଷଣର ତୁଳନାରେ ବଡ ହେବ ।