ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ କବଳିତ କରି ରଖିଛି ମହାମାରୀ କରୋନା । ଏହାକୁ ମାତ୍ ଦେବା ପାଇଁ ଟୀକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସେହିପରି କରୋନାରୁ ମୁକ୍ତ ହେବା ପାଇଁ ଗତବର୍ଷ କୋରୋନିଲ କୁ କୋଭିଡ୧୯ ଔଷଧ ରୂପେ ଲଞ୍ଚ କରିଥିଲା ପତଞ୍ଜଳୀ । ଅବଶ୍ୟ ଏହି ଔଷଧକୁ ନେଇ ବିବାଦ ଉପୁଜିଥିଲା । ଏବେ ପୁଣି ଥରେ ପତଞ୍ଜଳୀର ବାବା ରାମଦେବ ‘କୋରୋନିଲ’ କୁ କୋଭିଡ୧୯ ଔଷଧ ରୂପେ ଲଞ୍ଚ କରିଛନ୍ତି । ଲଞ୍ଚ ସମୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ଥିଲେ । ଏହାସହିତ କୋରୋନିଲ୍ କୁ ନେଇ ଏକ ବୈଜ୍ଞାନିକ ଗବେଷଣା ପତ୍ର ଜାରି କରିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ରାମଦେବ ବାବା ପ୍ରେସ କନଫରେନ୍ସ ଜରିଆରେ କୋରୋନିଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାର୍ଟିଫିକେଟ ବୋଲି କହିଛନ୍ତି ।
କୋରୋନିଲକୁ ଲଞ୍ଚ କରିବା ବେଳେ ରାମଦେବ ବାବା କହିଛନ୍ତି କି, ଲୋକଙ୍କ ମତରେ ଗବେଷଣା କାର୍ଯ୍ୟ କେବଳ ବିଦେଶରେ ହିଁ କରାଯାଇ ପାରିବ । ଖାସକରି ଯେତେବେଳେ ଆର୍ୟୁବେଦିକ କଥା ଆସେ ସେତେବେଳେ ଲୋକେ ଗବେଷଣା କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, କରୋନା କାଳରେ କୋରୋନିଲ ଦ୍ୱାରା ଲକ୍ଷାଧିକ ଲୋକ ଲାଭାନ୍ୱିତ ହୋଇଛନ୍ତି ।