ମୁମ୍ବାଇ(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଖୋଲିବାରେ ଲାଗିଛି ରହସ୍ୟ । ବର୍ତ୍ତମାନ ଏହି ମାମଲାରେ ଡ୍ରଗ୍ସ କାରବାର ଲିଙ୍ଗ ସାମ୍ନାକୁ ଆସିଛି । ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀର ଲିଙ୍କ ରହିଛି । ତେଣୁ ଏନସିବି ଆଜି ସକାଳୁ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ାଉ କରିଛି । ଏହି ଚଢ଼ାଉରେ ଏନସିବିକୁ ମୁମ୍ବାଇ ପୋଲିସ ସହଯୋଗ କରିଛି । ରୀୟାଙ୍କ ସହଯୋଗୀ ସାମୁଏଲ ମିରାଣ୍ଡଙ୍କ ଘରେ ମଧ୍ୟ ଏନସିବି ପକ୍ଷରୁ ଚଢ଼ାଉ କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ରିପୋର୍ଟ ଅନୁସାରେ ଏନସିବିର ଟିମ ଆଜି ସକାଳ ସାଢ଼େ ୬ଟାରେ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଂଚିଥିଲା । ଏନସିବିର ୫ ଜଣିଆ ଟିମ ରିୟାଙ୍କ ଘର ଭିତରକୁ ପ୍ରବେଶ କରିଛନ୍ତି । ଏନସିବି ସହିତ ମୁମ୍ବାଇ ପୋଲିସର ଉପସ୍ଥିତିରେ ଏହି ଚଢ଼ାଉ ହୋଇଛି । ରିୟାଙ୍କ ଘରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଯାଇଛି । ଏନସିବିର କହିବା ଅନୁସାରେ ନିୟମ ଅନୁଯାଇ ସେମାନେ ଏହି ଜାଞ୍ଚ ପ୍ରକ୍ରିଆ ଆରମ୍ଭ କରିଛନ୍ତି । କାରଣ ରିୟାଙ୍କ ଭାଇ ଶୋଭିକଙ୍କର ଡ୍ରଗ୍ସ କାରବାରରେ ଅନେକ ବଡ ମାଫିଆଙ୍କ ସହ ଲିଙ୍କ ଅଛି ତେଣୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିପାରେ । ଶୋଭିକଙ୍କ ପ୍ରତି ଏନସିବି ଟିମ ଆଜି ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇପାରେ । ଡ୍ରଗ୍ସ କାରବାର ଘଟଣାରେ ଜଣା ପଡିଥିବା ଆଉ ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ଟିମ ପଚରା ଉଚରା ମଧ୍ୟ କରିପାରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024