ଭୁବନେଶ୍ୱର (ଏଟିଆର ବୁରୋ):ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବା ସହିତ ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି କରୋନା । ଏବେ ପୁଣି ଆଉ ୧୬ ମୁଣ୍ଡ ନେଇଛି କରୋନା । ଏହାପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫୨ ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ।
ରାଜ୍ୟରେ ଆଜି ଯେଉଁ ୧୬ ଜଣ କରୋନାରେ ଜୀବନ ହାରିଛନ୍ତି ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ୫ ଜଣ, ପୁରୀରୁ ୪ ଜଣ, କେନ୍ଦ୍ରପଡାରୁ ୨ ଜଣ ଏବଂ ନୟାଗଡ, ମୟୂରଭଞ୍ଜ, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି ।