ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ରାଜ୍ୟରେ ଏକ ଶହ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 5th March
New Positive Cases: 54
In quarantine: 32
Local contacts: 22(Details of local contacts will be shared by concerned Dist Administration)
District Wise Cases:
1. Balasore: 7
2. Bargarh: 1
3. Bhadrak: 1
4. Cuttack: 3
5. Deogarh: 1
6. Dhenkanal: 1— I & PR Department, Odisha (@IPR_Odisha) March 6, 2021
7. Jajpur: 5
8. Jharsuguda: 2
9. Khurda: 6
10. Mayurbhanj: 3
11. Puri: 2
12. Rayagada: 2
13. Sambalpur: 10
14. Sonepur: 1
15. Sundargarh: 7
16. State Pool: 2New recoveries: 64
Cumulative tested: 8451396
Positive: 337674
Recovered: 334902
Active cases: 802— I & PR Department, Odisha (@IPR_Odisha) March 6, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୬୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୭୪ ରହିଥିବା ବେଳେ ଏହି ରୋଗରୁ ୩୩୪୯୦୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୮୦୨ ଜଣ ଚିକିତ୍ସିତ ହେଉଛନ୍ତି ।