ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନମନ୍ତ୍ରୀ ମୋଦୀଙ୍କୁ ‘ସେରା ୱେକ୍ ଗ୍ଲୋବାଲ ଲିଡରସିପ’ ପୁରସ୍କାରରେ ପୁରସ୍କୃତ କରାଗଲା । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଅଭିଭାଷଣ ପ୍ରଦାନ କରିଥିଲେ । ପୁରସ୍କାର ନେବା ସମୟରେ ମୋଦୀ କହିଛନ୍ତି ମୁଁ ଅତି ନମ୍ରତାର ସହ ଏହି ପୁରସ୍କାର ଗ୍ରହଣ କରୁଛି । ସେ ଏହି ପୁରସ୍କାର ଜନସାଧାରଣଙ୍କୁ ସମର୍ପିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆହ୍ୱାନ କରି କହିଥିଲେ ଯେ ଆମେ ନିଜକୁ ପ୍ରସ୍ତୁତ କରିବା ଯାହାଫଳରେ ବିଶ୍ୱ ଏକ ଉତ୍ତମ ସ୍ଥାନ ହୋଇପାରିବ। ସେ କହିଥିଲେ ଯେ ଅଭ୍ୟାସଗତ ପରିବର୍ତ୍ତନ ହେଉଛି ଆମ ପାରମ୍ପରିକ ଅଭ୍ୟାସର ଏକ ପ୍ରମୁଖ ଅଂଶବିଶେଷ ଯାହାକି ଆମକୁ ସହାନୁଭୂତି ସହିତ ଉପଯୋଗ ନିମନ୍ତେ ଶିକ୍ଷା ଦେଇଥାଏ।
ବିଗତ ୭ ବର୍ଷ ହେବ ଭାରତରେ ଜଙ୍ଗଲ ଘନତ୍ୱ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ସିଂହ,ବାଘ,ଚିତା ଓ ଜଳପକ୍ଷୀଗୁଡିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସରକାରଙ୍କ ଅଭ୍ୟାସଗତ ପରିବର୍ତ୍ତନରେ ଏସବୁ ହେଉଛି ବୋଲି ସେ କହିଛନ୍ତି । ଏବଂ ଏହା ସହ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଓ କୀଟନାଶକ ବ୍ୟବହାର ହ୍ରାସ କରିବା ଉପରେ ସଚେତନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।