ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ଉପରେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୪୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
5. Balangir: 2
6. Boudh: 3
7. Cuttack: 162
8. Deogarh: 5
9. Dhenkanal: 18
10. Ganjam: 5
11. Jagatsinghpur: 37
12. Jajpur: 77
13. Jharsuguda: 5
14. Kalahandi: 8
15. Kandhamal: 4
16. Kendrapada: 32
17. Keonjhar: 4
18. Khurda: 376
19. Koraput: 4
20. Malkangiri: 5
21. Mayurbhanj: 37— I & PR Department, Odisha (@IPR_Odisha) August 15, 2021
22. Nawarangpur: 1
23. Nayagarh: 17
24. Nuapada: 5
25. Puri: 26
26. Rayagada: 4
27. Sambalpur: 6
28. Sonepur: 3
29. Sundargarh: 17
30. State Pool: 82New recoveries: 1198
Cumulative tested: 17026394
Positive: 994565
Recovered: 977197
Active cases: 10428— I & PR Department, Odisha (@IPR_Odisha) August 15, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୧୯୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୪୫୬୫ ରହିଥିବା ବେଳେ ଏହି ରୋଗରୁ ୯୭୭୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୪୨୮ ଜଣ ଚିକିତ୍ସିତ ହେଉଛନ୍ତି ।