ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ୫ ଶହ ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୭୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୫୫ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
5. Cuttack: 46
6. Deogarh: 4
7. Dhenkanal: 3
8. Gajapati: 1
9. Ganjam: 4
10. Jagatsinghpur: 20
11. Jajpur: 21
12. Kendrapada: 6
13. Keonjhar: 1
14. Khurda: 179
15. Malkangiri: 1
16. Mayurbhanj: 18
17. Nayagarh: 8
18. Nuapada: 4
19. Puri: 15
20. Rayagada: 4
21. Sambalpur: 9— I & PR Department, Odisha (@IPR_Odisha) September 14, 2021
22. Sundargarh: 6
23. State Pool: 42New recoveries: 682
Cumulative tested: 18953163
Positive: 1017261
Death other than Covid: 53
Active cases: 6290— I & PR Department, Odisha (@IPR_Odisha) September 14, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୬୮୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୭୨୬୧ ରହିଥିବା ବେଳେ ୬୨୯୦ ଜଣ ଚିକିତ୍ସିତ ହେଉଛନ୍ତି ।