ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୧୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
4. Bhadrak: 8
5. Balangir: 2
6. Boudh: 1
7. Cuttack: 117
8. Deogarh: 12
9. Dhenkanal: 12
10. Gajapati: 2
11. Ganjam: 3
12. Jagatsinghpur: 18
13. Jajpur: 35
14. Jharsuguda: 1
15. Kandhamal: 3
16. Kendrapada: 15
17. Keonjhar: 5
18. Khurda: 289
19. Malkangiri: 2
20. Mayurbhanj: 24— I & PR Department, Odisha (@IPR_Odisha) August 23, 2021
21. Nawarangpur: 1
22. Nayagarh: 12
23. Puri: 13
24. Rayagada: 5
25. Sambalpur: 20
26. Sonepur: 1
27. Sundargarh: 10
28. State Pool: 64New recoveries: 1078
Cumulative tested: 17544497
Positive: 1001698
Recovered: 985302
Active cases: 8917— I & PR Department, Odisha (@IPR_Odisha) August 23, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୭୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୧୬୯୮ ରହିଥିବା ବେଳେ ଏହି ରୋଗରୁ ୯୮୫୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୮୯୧୭ ଜଣ ଚିକିତ୍ସିତ ହେଉଛନ୍ତି ।