ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଲଗାତର ଭାବେ ଜାରି ରହିଛି କରୋନା ପ୍ରକୋପ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୭୪ ହଜାର ୪୪୨ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୯୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୬୬ ଲକ୍ଷ ୨୩ ହଜାର ୮୧୬ ରେ ପହଁଚିଛି ।
ସେହିପରି ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯,୩୪,୪୨୭ ଜଣ ଚିକିତ୍ସିତ ହେଉଥିବା ବେଳେ ୫୫,୮୬,୭୦୪ ଜଣ ସୁସ୍ଥ ହୋଈ ଘରକୁ ଫେରିସାରିଳେଣି । ଏହାସହିତ ଏପର୍ଯ୍ୟନ୍ତ ଏହି ମହାମାରୀରେ ୧,୦୨,୬୮୫ ଜଣଙ୍କ ଜୀବନ ଗଲାଣି ।