ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରି ମଧ୍ୟରେ ସେ ତାଙ୍କ କାଫିଲା ସହିତ କିଛି ସମୟ ପାଇଁ ବାହାରକୁ ବାହାରିଛନ୍ତି । ସେହି ସମୟରେ ସେ ହାତ ହଲାଇ ସମର୍ଥକମାନଙ୍କୁ ଅଭିବାଦନ ଜଣାଇଛନ୍ତି । ଟ୍ରମ୍ପ ହସ୍ପିଟାଲରେ ରହି ମଧ୍ୟ ସୋସିଆଲ ମିଡିଆ ଜରିଆରେ ତାଙ୍କ ସମର୍ଥକଙ୍କ ସହ ଯୋଡି ହୋଇ ରହିଛନ୍ତି ।
ହସ୍ପିଟାଲାରୁ ବାହାରକୁ ବାହାରିବାର କିଛି ସମୟ ପୂର୍ବରୁ ଟ୍ରମ୍ପ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି କି , ଏହି ଯାତ୍ରା ଖୁବ୍ ହୃଦୟସ୍ପର୍ଶୀ ଥିଲା । ଅସଲ ସ୍କୁଲକୁ ଯାଇ କୋଭିଡ୧୯ ବିଷୟରେ ବହୁତ କିଛି ଶିଖିବାକୁ ମିଳିଛି ।
ପ୍ରକୃତରେ ସେନାର ନେସନାଲ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଟ୍ରମ୍ପ । ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି କି ୱାଲ୍ଟର ରିଡର ଡାକ୍ତରଙ୍କ ଠାରୁ ବହୁତ ଭଲ ରିପୋର୍ଟ ମିଳୁଛି । ସେମାନେ ବହୁତ ଭଲ କାମ କରୁଛନ୍ତି ।