ବ୍ରହ୍ମପୁର (ଏଟିଆର ବ୍ୟୁରୋ): କରୋନା ଚେନ୍ କୁ ଭାଙ୍ଗିବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଯେପରି ସଂକ୍ରମଣ ଅଧିକ ନବ୍ୟାପି ନିୟନ୍ତ୍ରଣକୁ ଆସିବ ସେନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ଡୋର ଟୁ ଡୋର ଅକ୍ସିଜେନ ଚେକିଂ ସର୍ଭେ କାମ । ଆଶା କର୍ମୀମାନେ ଘରକୁ ଘର ବୁଲି ଅକ୍ସିମିଟର ଜରିଆରେ ଅକ୍ସିଜେନ ସ୍ତର ଯାଞ୍ଚ କରିବା ସହ ରେକର୍ଡ ରଖୁଛନ୍ତି ।
ସେହିପରି ଗତକାଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି କି, ଆସନ୍ତା ୨୪ ତାରିଖରୁ ଡୋର ଟୁ ଡୋର ସର୍ଭେ ଚାଲିବ । ଆଶାକର୍ମୀ ଏବଂ ଏଏନଏମ କର୍ମୀ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ । ଏହାସହିତ କୋଭିଡ ମୁକାବିଲାରେ ଗାଁ କଲ୍ୟାଣ ସମିତିକୁ ମଧ୍ୟ ସାମିଲ କରାଯିବ ।