ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ବର୍ଷରୁ ଅଧିକ ଛୁଆଙ୍କୁ ଖୁବ୍ ଶୀଘ୍ର କରୋନା ଟୀକା ଦିଆଯିବ । ୨ ରୁ ୧୮ ବର୍ଷ ପିଲାଙ୍କ ଠାରେ କୋଭାକ୍ସିନ ଟୀକାର କ୍ଲିନିକାଲ ଟ୍ରାଏଲ କରିବା ନେଇ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଭାରତ ବାୟୋଟେକୁ ଅନୁମତି ମିଳିଛି । ଟୀକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ । ୫୨୫ ଜଣ ପିଲାଙ୍କ ଠାରେ ଖବୁ୍ ଶୀଘ୍ର କୋଭାକ୍ସିନ ଟୀକାର ଟ୍ରାଏଲ କରିବ ଭାରତ ବାୟୋଟେକ ।
ପିଲାଙ୍କଠାରେ କୋଭାକ୍ସିନ ଟୀକାର କ୍ଲିନିକାଲ ଟ୍ରାଏଲ ପ୍ରସ୍ତାବ ଉପରେ ଗତକାଲି ମୋହର ମାରିଥିଲା ସବଜେକ୍ଟ ଏକ୍ସପର୍ଟ କମିଟି । ଆଜି ଡିସିଜିଆଇ ଏହାକୁ ଟ୍ରାଏଲ ପାଇଁ ଅନୁମତି ଦେଇଛି । ତୃତୀୟ ଲହରି ଆସିବାର ଚେତାବନୀ ପରେ ଛୋଟ ପିଲାଙ୍କୁ ବେଶି ଆକ୍ରାନ୍ତ କରିବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।