ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ଟୀକାକରଣ । ଏହାରି ମଧ୍ୟରେ ଟୀକାକରଣକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ସରକାରଙ୍କ ପକ୍ଷରୁ ଦେଶରେ କୋଭିସିଲ୍ଡ ଏବଂ କୋଭାକ୍ସିନ ମିକ୍ସ ଡୋଜ ଅଧ୍ୟୟନ ପାଇଁ ଡିସିଜିଆଇ ପକ୍ଷରୁ ମଞ୍ଜୁରୀ ମିଳିଛି ।
କୁହାଯାଉଛି କି, କୋଭିସିଲ୍ଡ ଏବଂ କୋଭାକ୍ସିନର ମିସ୍କ ଡୋଜ କରୋନା ଭାଇରସ ଉପରେ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହାର ଅଧ୍ୟୟନ ପାଇଁ କିଛିଦିନ ପୂର୍ବେ ଡିସିଜିଆଇକୁ ଅନୁମତି ମଗା ଯାଇଥିଲା ।
ଭାରତରେ ଏପର୍ଯ୍ୟନ୍ତ ଚାରୋଟି ଟୀକାକୁ ଅନୁମତି ମିଳିଛି । ସେଗୁଡିକ ହେଉଛି ଅଷ୍ଟ୍ରାଜେନେକା, କୋଭିସିଲ୍ଡ, କୋଭାକ୍ସିନ ଏବଂ ସ୍ଫୁଟିକ ଭି । ଏହାବ୍ୟତିତ ଜନସନ୍ ଆଣ୍ଡ ଜନସନ୍ କୁ ମଧ୍ୟ ଅନୁମତି ମିଳିଛି ।
କୋଭିସିଲ୍ଡ ଏବଂ କୋଭାକ୍ସିନର ମିକ୍ସ ଡୋଜକୁ ନେଇ ଆସିଏମଆର ଦ୍ୱାରା ହୋଇଥିବା ଅଧ୍ୟୟନରେ ଜଣାପଡିଛି କି, ଯେଉଁମାନେ ଗୋଟେ ଡୋଜ କୋଭିସିଲ୍ଡ ଏବଂ ଆଉ ଗୋଟେ ଡୋଜ କୋଭାକ୍ସିନ ନେଇଛନ୍ତି ସେମାନଙ୍କ ଶରୀରରେ କରୋନା ବିରୋଧରେ ପ୍ରତିରୋଧକ କ୍ଷମତା ସିଙ୍ଗଲ ଟୀକାର ଡବଲ ଡୋଜ ନେଇଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ରହିଛି ।