ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ହାଇସ୍କୁଲରେ ପୂରଣ ହେବା ପାଇଁ ଖାଲି ପଡିଛି ୧୧ହଜାର ୪୫୦ ଶିକ୍ଷକ ପଦବୀ ।ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ଏହି ପଦବୀ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ ।
ମୋଟ ତିନୋଟ ପର୍ଯ୍ୟାୟରେ ଶିକ୍ଷକମାନଙ୍କ ଏହି ପଦବୀ ପୁରଣ କରାଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪ହଜାର ୬୧୯ ଟି ପଦବୀ ପୁରଣ କରାଯିବ । ଓ ଦିତ୍ୱୀୟ ପର୍ଯ୍ୟାୟରେ ୬ହଜରୀ ୬୫ ଟି ପଦବୀ ପୁରଣ କରାଯିବ ।ସେହିପରି ତୃତୀୟ ପର୍ଯ୍ୟାୟରେ ୯୪୦ ଟି ନୂଆ ପଦବୀ ପୁରଣ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୨ହଜାର ୫୫ ଜଣ ହିନ୍ଦୀ ,୧୩୦୪ ଜଣ ସଂସ୍କୃତ ଓ ୧୨୬୦ ଜଣ ପିଇଟି ଶିକ୍ଷକ ପଦବୀ ପୁରଣ ହେବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୬୦୬୫ ଟିଜିଟି ଓ ତେଲୁଗୁ ଓ ତୃତୀୟ ପର୍ଯ୍ୟାୟରେ ୯୪୦ ଟି ନୂଆ ସୃଷ୍ଟି ହୋଇଥିବା କ୍ଲାସିକାଲ ନିଯୁକ୍ତି ପାଇଁ ବିଞପ୍ତି ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।