ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବାକୁ ଆସିଗଲା ୨ଡିଜି ଔଷଧ । ଲଞ୍ଚ ହେଲା କରୋନା ଔଷଧ ୨ଡିଜି । ଡିଆରଡିଓ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ୨ଡିଜି ଔଷଧକୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଞ୍ଚ କରିଛନ୍ତି । ଆଜି ବିଭିନ୍ନ ହସ୍ପିଟାଲରେ ୧୦ ହଜାର ରୋଗୀଙ୍କୁ ଦିଆଯିବ ଏହି ମେଡିସିନ୍ ।
ଡିଆରଡିଓ ର କହିବାନୁଯାୟୀ, କରୋନା ସଂକ୍ରମିତ ମଧ୍ୟମ ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ୨ଡିଜି ଔଷଧ ପ୍ରଭାବୀ । ଏହାଦ୍ୱାରା ରୋଗୀ ତୁରନ୍ତ ଆରୋଗ୍ୟ ହୋଇ ପାରୁଛନ୍ତି ।
ଏହି ଔଷଧକୁ ଡକ୍ଟର ରେଡ୍ଡୀ ଲ୍ୟାବ ସହଯୋଗରେ ମିଳିତ ଭାବେ ପ୍ରସ୍ତୁତ କରିଛି ଡିଆରଡିଓ । ନିକଟରେ ୨ଡିଜି ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଥିଲା ।