ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଘରିଲାଣି ଏଚ୩ଏନ୨ ଭାଇରାସର ଚିନ୍ତା । ମହାରାଷ୍ଟ୍ର ପୁଣେରେ ଜଣେ ବୟସ୍କଙ୍କ ମୃତ୍ୟୁ ହେବା ପରେ ହାଇଆଲର୍ଟ ଜାରି କରାଯାଇଛି । ଦେଶରେ ଏବେ ସୁଦ୍ଧା ଏଚ୩ଏନ୨ ଜନିତ ମୃତ୍ୟୁ ସଂଖ୍ୟା ୯ ରେ ପହଁଚିଛି ।
ଅନ୍ୟପଟେ ଏଚ୩ଏନ୨ ଭାଇରସ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ଆଗକୁ କୋଭିଡ୧୯ ପରି ସ୍ଥିତି ନଉପୁଜିବା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଦିଲ୍ଲୀ ସରକାର ।
ବର୍ତ୍ତମାନ ଏଚ୩ଏନ୨ ଜନିତ ସଂକ୍ରମଣ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡୁ ଓ ଆସମରେ ବଢୁଥିବାର ସୂଚନା ରହିଛି ।