ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ଲଞ୍ଚ ହୋଇଥିବା ଓପୋ ଫାଇଣ୍ଡ ଏନ୨ ଫ୍ଲିପ ଏବେ ବିକ୍ରିି ପାଇଁ ଫ୍ଲିପକାର୍ଟ, ଓପୋ ଷ୍ଟୋର ଏବଂ ରିଟଲର୍ସରେ ଉପଲବ୍ଧ ହୋଇଛି । ଏହି ଫୋଲ୍ଡେବୁଲ ଫୋନ ସିଙ୍ଗଲ ଷ୍ଟୋରେଜ ଭାରିଆଣ୍ଟ ବିଶିଷ୍ଟ । ଯେଉଁଥିରେ ୮ଜିବି ର୍ୟାମ ଏବଂ ୨୫୬ଜିବି ଇଂଟରନାଲ ଷ୍ଟୋରେଜ ସାମିଲ ଅଛି । ଏହି ଭାରିଆଣ୍ଟର ଦାମ୍ ୮୯,୯୯୯ ଟଙ୍କା । ସେଲ ଅଫର ପାଇଁ କମ୍ପାନୀ କିଛି ବ୍ୟାଙ୍କ କାର୍ଡରେ ୫ ହଜାର ଟଙ୍କା ଯାଏଁ ରିହାତି ଏବଂ ଏକ୍ସଚେଞ୍ଜ । ଏହାସହିତ ଲୟାଲ୍ଟି ବୋନସ ରୂପେ ୫ ହଜାର ଟଙ୍କା ରିହାତି ଦେଉଛି ।
ଓପୋ ଫାଇଣ୍ଡ ଏନ୨ ଫ୍ଲିପ ରେ ୧୦୮୦ଞ୍ଚ୨୫୨୦ ପିକ୍ସଲ ରିଜଲ୍ୟୁସନ । ୧୬୦୦ ନିଟ୍ସ ବ୍ରାଇଟନେଓ,୨୪୦ଏଚଜେଡ ଟଚ ସ୍ୟାମ୍ପଲିଙ୍ଗ ରେଟ,୧୨୦ଏଚଜେଡ ରିଫ୍ରେସ ରେଟ ସହିତ ୬.୮ ଇଂଚର ଏଫଏଚଡି + ଏମୋଲେଡ ଡିସପ୍ଲେ ରହିଛି ।