ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨ ହଜାର ପାର୍ କରିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬ ରେ ପହଁଚିଛି ।
ଭୁବନେଶ୍ୱରରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ରାଜଧାନୀବାସୀଙ୍କୁ କଲବଲ କରୁଛି ଡେଙ୍ଗୁ । ଯାହାକୁ ନେଇ ଜନ ସାଧାରଣଙ୍କ ଭିତରେ ଭୟ ବଢିବାରେ ଲାଗିଛି ।
ଅନ୍ୟପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅଣାୟତ ହେଲାଣି । ବ୍ଲଡ ବ୍ୟାଙ୍କରେ ପ୍ଲେଟଲେଟ ଅଭାବ ସ୍ଥିତିକୁ ଆହୁରି ସାଂଘାତିକ କରିଛି ।