ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟକରେ ଭାରତରେ ନୋକିଆ ୫୭୧୦ ଏକ୍ସପ୍ରେସଅଡିଓ ଫୋନ ଲଞ୍ଚ କରିଛି ମୋବାଇଲ ଫୋନ କମ୍ପାନୀ ନୋକିଆ । ଏହି ଫୋନରେ ମୁଖ୍ୟତଃ ମ୍ୟୁଜିକ ଉପରେ ଫୋକସ କରାଯାଇଛି । ଯେଉଁମାନେ ଚାହାନ୍ତିକି ମୋବାଇଲଟି ସମ୍ପୂର୍ଣ୍ଣ ମ୍ୟୁଜିକ ଅଭିମୁଖୀ ହୋଇଥିବ ସେମାନଙ୍କ ପାଇଁ ଏହି ଫୋନଟି ଭଲ ହୋଇଛି । ଖାସ୍ କରି ଏହି ଫୋନର ପଛପଟେ ଓୟାରଲେସ ଇୟରବଡ୍ସ ଦିଆଯାଇଛି । ଏହାସହିତ ଏଥିରେ ଅଲଗା ଫିଚର୍ସ ମଧ୍ୟ ରହିଛି ଯେପରିକି ଓୟାରଲେସ ଏଫଏମ ରେଡିଓ , ଲାଉଡସ୍ପିକର, ମ୍ୟୁଜିକ କଣ୍ଟ୍ରୋଲ ପାଇଁ ଡେଡିକେଟେଡ ବଟନ ଇତ୍ୟାଦି ।
ଭାରତରେ ଏହି ଫୋନର ଦାମ ୪୯୯୯ ଟଙ୍କା ରଖାଯାଇଛି । ଉଭୟ ଅନଲାଇନ ଓ ଅଫଲାଇନ ରେ ଫୋନ ବିକ୍ରି ପାଇଁ ଉପଲବ୍ଧ ହେବ । ଯାହାର ବିକ୍ରି ସେପ୍ଟମ୍ବର ୧୯ରୁ ଆରମ୍ଭ ହେବ । ଫୋନଟି ଏକ ବର୍ଷ ୱାରେଣ୍ଟି ସହିତ ଏହାର ଦୁଇଟି କଲର କଲର ତଥା ଧଳା ଏବଂ ନାଲି ରଙ୍ଗ ରହିଛି ।