ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ପୁଣି ଚିନ୍ତା ବଢାଉଛି ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ । ଏହା କରୋନାର ଆଉ ଏକ ଭ୍ୟାରିଏଣ୍ଟ । ଗତକାଲି ରାଜ୍ୟରୁ ଗୋଟେ ଡେଲ୍ଟା ପ୍ଲସ ଭୃାରିଏଣ୍ଟ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଦେବଗଡର । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଯାଞ୍ଚ ପାଇଁ ଏପିଡୋମିଲୋଡି ଟିମ୍ ଯାଇଛି ଦେବଗଡ । ଏହି ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ତାଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଯାଞ୍ଚ କରିବ ।
ଢେଲ୍ଟା ପ୍ଲସ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୩୦ ରେ ଟୀକା ନେଇଥିଲେ । କିନ୍ତୁ ସେ ଜଣେ କରୋନା ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିବାରୁ ସେ ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲା । ତାଙ୍କର ଜିନୋମ ସିକ୍ୟୁଏନସି ପାଇଁ ମେ ମାସରେ ପଠାଯାଇଥିଲା ।