ଏଟିଆର ବ୍ୟୁରୋ: ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଯାଏଁ ୧୦୨୫ ଜଣ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି ।
ରାଉରକେଲା ଆରଜିଏଚରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ମଳ ନମୁନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ଭିବ୍ରିଓ କଲେରି ଅଥବା କୋମା ବାସିଲସ ଭୂତାଣୁ ରହିଥିବା ସୂଚନା ମିଳିଛି ।
ଅନ୍ୟପଟେ ସହରରେ ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।