ବ୍ରହ୍ମପୁର ( ଏଟିଆର ବ୍ୟୁରୋ); ସବୁବେଳେ ଭିନ୍ନ ପଦକ୍ଷେପ ନେଇ ଚର୍ଚ୍ଚାରେ ରହି ଆସିଥିବା ବ୍ରହ୍ମପୁର ପ୍ରଶାସନ ପୁଣି ଏକ ଅଭିନବ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛି । କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସର୍ବ ସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କୁ ସଚେତନ କରାଇବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ କହିଛନ୍ତି।
କେବଳ ସେତିକି ନୁହେଁ ମୁହଁରେ ମାସ୍କ ବାନ୍ଧିବା ମଧ୍ୟ ବାଧ୍ୟତା ମ ୂଳକ କରିଛନ୍ତି ଜିଲ୍ଲାପାଳ । ମୁଁହରେ ମାସ୍କ ନ ବାନ୍ଧିଲେ ୨୦୦ ଟଙ୍କା ଜରିମାନା ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ, ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧି ନ ଥିଲେ ଜୋରିମାନା ଦେବାକୁ ପଡ଼ିବ। ତେବେ ଜିଲ୍ଲାପାଳ ଗହଣ କରିଥିବା ଏହି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି ।