ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଆଜିଠୁ ଆରମ୍ଭ ହୋଇଛି ୧୮ ରୁ ୫୯ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ । ଘରୋଇ ଟୀକାକରଣ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ଦିଆଯାଉଛି ।
ବୁଷ୍ଟର ଡୋଜ ଦିଆଯିବାର ଗୋଟେଦିନ ପୂର୍ବରୁ ଘରୋଇ ହସ୍ପିଟାଲ ଗୁଡିକ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାର ଦର ହ୍ରାସ କରାଯାଇଛି । ଉଭୟ ଟୀକା ମାତ୍ର ୨୨୫ ଟଙ୍କାରେ ଉପଲବ୍ଧ ।
ଘରୋଇ ହସ୍ପିଟାଲ ଗୁଡିକ ଟୀକା ଦାମ ସହ ସେବା ଟିକସ ନିମନ୍ତେ ସର୍ବାଧିକ ୧୫୦ ଟଙ୍କା ନେଇପାରିବେ ।