ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଟେ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ଦର ୫ ପଇସା ଏବଂ ଡିଜେଲ ଲିଟର ପିଛା ଦର ୧୩ ପଇସା ବୃଦ୍ଧି ହୋଇଛି । ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ୪୩ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୮୦ ଟଙ୍କା ୫୩ ପଇସାରେ ପହଁଚିଛି ।
ଦୀର୍ଘ ୨୧ ଦିନ କାଳ ପେଟ୍ରୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ହେବା ପରେ ୨୨ ଦିନରେ ଦରରେ ବ୍ରେକ ଲାଗିଥିଲା । କିନ୍ତୁ ଆଜି ପୁଣି ଦର ବୃଦ୍ଧି ହୋଇଛି । ପ୍ରତ୍ରେକ ଦିନ ସକାଳ ଛଅ ଟାରୁ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହୋଇଥାଏ । ଏହାପରେ ଲାଗୁ ହୋଇଥାଏ ନୂତନ ଦର ।
ସେପଟେ ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି କୁ ନେଇ ରାଜନୈତିକ ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରିଛନ୍ତି ।