ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ବ୍ୟବହାର ହେଉଥିବା ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟୀକା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ମାମଲା ସାମ୍ନାକୁ ଆସିବା ପରେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟରଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡରେ ଏହି ଟୀକା ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ସେହିପରି ଅକ୍ସଫୋର୍ଡ ଟୀକା ଗ୍ରୁପର ଭ୍ୟାକ୍ସିନୋଲଜିଷ୍ଟ ପ୍ର.ଏଂଡ୍ରୟୁ ପୋଲାର୍ଡ କହିଛନ୍ତି, ଟୀକା ଦ୍ୱାରା ରକ୍ତ ଜମାଟ ବାନ୍ଧିବାର କୌଣସି ସମ୍ବନ୍ଧ ନାହିଁ ।
ଏକ ରିପୋର୍ଟ ଜାରି କରି ସେ କହିଛନ୍ତି, ବ୍ରିଟେନରେ ପ୍ରତ୍ୟେକ ମାସରେ ରକ୍ତ ଜମାଟ ବାନ୍ଧିବାର ପାଖାପାଖି ୩ ହଜାର ମାମଲା ସାମ୍ନାକୁ ଆସେ । ସେହିପରି ଟୀକାକରଣ ମଧ୍ୟରେ ବି ଏଭଳି ମାମଲା ସାମ୍ନାକୁ ଆସୁଛି ଏବଂ ଏହି ମାମଲାକୁ ଏହା ସହ ଯୋଡା ଯାଉଛି ।
ସେପଟେ ବ୍ରିଟେନର ଡ୍ରଗ ନିୟନ୍ତ୍ରକ ଏଜେନ୍ସି ଏମଏଚଆରଏ ର ଭ୍ୟାକ୍ସିନ ସେଫ୍ଟି ଲିଡ ଡା. ଫିଲ ବ୍ରାୟନ କହିଛନ୍ତି କି, ଲୋକେ ବିନା କୌଣସି ଡରରେ ଟୀକା ଲଗାନ୍ତୁ ।
ଏଷ୍ଟ୍ରାଜେନେକା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଅଧିକାରୀ ଦାବି କରିଛନ୍ତି କି ଟୀକା ସୁରକ୍ଷିତ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ କହିଛନ୍ତି କି, ଫ୍ରାନ୍ସରେ ଏଷ୍ଟ୍ରାଜେନେକା କରୋନା ଟୀକା ବ୍ୟବହାର ଉପରେ ରୋକ ଲଗାଯାଇଛି । ଅବଶ୍ୟ କେଉଁ କାରଣ ପାଇଁ ରୋକ ଲଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।