ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି । ଗ୍ଲେନମାର୍କର ଔଷଧ ଫାବିପିରାବୀର ଦ୍ୱାରା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ସୁସ୍ଥ ହେଉଛନ୍ତି । ଏନେଇ ଫାର୍ମା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରିମାଣ ଅନୁଯାୟୀ ଅନ୍ୟ ଔଷଧ ତୁଳନାରେ ଫାବିପିରାବୀର ଦ୍ୱାରା ରୋଗୀ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି ।
କମ୍ପାନୀ ଦାବି କରିଛି କି, ଏହି ଔଷଧରେ କୋଭିଡ୧୯ର ୪୦ ପ୍ରତିଶତ ରୋଗୀ ଦ୍ରୁତ ବେଗରେ ଆରୋଗ୍ୟ ହୋଇଛନ୍ତି । କ୍ଲିନିକାଲ ଟ୍ରାଏଲରେ ୪୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ।
ଫାବିପିରାବୀର ଏକ ଆଣ୍ଟିଭାୟରାଲ ଔଷଧ । ଏହି ଔଷଧକୁ ନେଇ କମ୍ପାନୀ ମୁତାବକ, ୬୯.୮ ପ୍ରତିଶତ ରୋଗୀ ଅଧ୍ୟୟନରେ ଚତୁର୍ଥ ଦିନ କ୍ଲିନିକାଲ ଚିକିତ୍ସା ପ୍ରାପ୍ତ କରିଛନ୍ତି । ୪୫ ପ୍ରତିଶତ ଚିକିତ୍ସା ଷ୍ଟାଣ୍ଡାର୍ଡ ସପୋର୍ଟିଭ କେୟାର ସହିତ କରାଯାଇଥିଲା ।
ଭାରତରେ ସାତଟି କ୍ଲିନିକାଲ ସାଇଟ୍ସରେ ୧୫୦ ସାମାନ୍ୟ କରୋନା ରୋଗୀଙ୍କ ଉପରେ ଟ୍ରାଏଲ କରାଯାଇଛି । ଗ୍ଲେନମାର୍କରେ କ୍ଲିନିକାଲ ଡେଭଲପମେଣ୍ଟର ପ୍ରମୁଖଙ୍କ କହିବାନୁଯାୟୀ,ଆମେ ପରିଣାମରେ ପ୍ରୋତ୍ସାହିତ । ଏଥିରୁ ସଂକେତ ମିଳିଛି କି ଫାବିପିରାବୀରର ପ୍ରାଥମିକ ଉପଚାର ଦ୍ୱାରା ସାମାନ୍ୟ ରୋଗୀଙ୍କ କ୍ଲିନିକାଲ ପରିଣାମରେ ସୁଧାର ହୋଇପାରେ । ଏହା ରୋଗୀଙ୍କ ତୀବ୍ର ଶ୍ୱସନ ସିଣ୍ଡ୍ରୋମ ଏବଂ ମୃତ୍ୟୁ ଦରରେ ପ୍ରଗତି କରିବାରେ ରୋକିପାରେ ।