ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ଲାଲୁଙ୍କ ପିଛା ଛାଡୁନି ଦୁର୍ନୀତି । ଲାଲୁଙ୍କ ନାମରେ ଇଡି ଜାରି କଲା ଚାର୍ଜସିଟ । ଗୋଟିଏ ପରେ ଗୋଟିଏ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ରେଳବାଇ ହୋଟେଲ ଆବଂଟନ, ଆଇଆରସିଟିସି ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲାଲୁ ଯାଦବଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ଖାଲି ସେତିକି ନୁହେଁ ଇଡି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ , ପତ୍ନୀ ରାବ୍ରୀ ଦେବୀ ଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି । ଏହାସହ ରେଳବାଇ ହୋଟେଲ ଆବଂଟନ, ଆଇଆରସିଟିସି ଦୁର୍ନୀତି ମାମଲାରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତାଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି ଇଡି ।
ଅଭିଯୋଗ ହୋଇଛି ଯେ ଲାଲୁ ଯାଦବ ୟୁପିଏ ସରକାରଙ୍କ ଅମଳରେ ରେଳମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଉଥିଲେ । ସେତେବେଳେ ସେ ଅହେତୁକ ଅନୁକମ୍ପା ଦେଖାଇ ପୁରୀ ଏବଂ ରାଞ୍ଚିରେ ଥିବା ରେଳବାଇର ଦୁଇଟି ହୋଟେଲକୁ ଘରୋଇ କମ୍ପାନୀକୁ ଦେଇଦେଇଥିଲେ । ଯେଉଁଥିରେ ଲାଲୁଙ୍କୁ ସହାର୍ଯ୍ୟ କରିଥିଲେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତା । ଶ୍ରୀ ଗୁପ୍ତା ସଂପୃକ୍ତ କମ୍ପାନୀର ସେୟାରକୁ ଲାଲୁଙ୍କ ପୁଅ ତେଜସ୍ୱୀ ଘାଦବ ଏବଂ ପତ୍ନୀ ରାବ୍ରୀ ଦେବୀଙ୍କୁ ଟ୍ରାନ୍ସଫର କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଏହି ମାମଲାରେ ଆଜି ପ୍ରବତ୍ତନ ନିର୍ଦ୍ଦେଶାଳୟ ଲାଲୁଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଏବଂ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୁପ୍ତା ନାମରେ ଚାର୍ଜସିଟ ଦାଖଲ କରିଛି । ସେପଟେ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିବାରୁ ସେ ବର୍ତ୍ତମାନ ଡାକ୍ତରଖାନାରେ ରହିଥିବା ଜଣାପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024