ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ରିଟିଶ କମ୍ପାନୀ ଫାଇଜର ପରେ ଏବେ ସେରମ ଇଂଷ୍ଟିଚ୍ୟୁଟ ବି ଭାରତରେ କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ କୁ ଅନୁମତି ମାଗିଛି । ସେରମ ଇଂଷ୍ଟିଚ୍ୟୁଟ ଏବେ ଅନୁମତି ପାଇଁ ଆବେଦନ କରିଥିବା ଦେଶର ପ୍ରଥମ ଭାରତୀୟ କମ୍ପାନୀ ହୋଇଯାଇଛି ।
ସେପଟେ ସେରମ ଇଂଷ୍ଟିଚ୍ୟୁଟର ସିଇଓ ଆଦର ପୁନୱାଲା ଟ୍ୱିଟ କରି କହିଛନ୍ତି କି, ଯେଉଁଭଳି ଭାବେ ପ୍ରତିଜ୍ଞା କରାଯାଇଥିଲା କି ୨୦୨୦ ଶେଷ ହେବା ପୂର୍ବରୁ ସେରମ୍ ଇଂଷ୍ଟିଚ୍ୟୁଟ ତାର ପ୍ରଥମ ଭ୍ୟାକ୍ସିନ କୋଭିସିଲ୍ଡର ଜରୁରୀକାଳୀନ ଉପଯୋଗ ପ୍ରାଧିକରଣ ପାଇଁ ଆବେଦନ କରିଛି ।
ରିପୋର୍ଟ ମୁତାବକ, ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକସିତ କରାଯାଇଥିବା କୋଭିଡ୧୯ ଟୀକା କୋଭିସିଲ୍ଡର ବ୍ୟବହାର ପାଇଁ ଡିସିଜିଆଇ କୁ ଅନୁମତି ମାଗିଛି ସେରମ କମ୍ପାନୀ । ଏହି ଟୀକାର ଉତ୍ପାଦନ ପୁଣେ ସ୍ଥିତ ଦୁନିଆର ସବୁଠାର ବଡ ଔଷଧ ନିର୍ମାତା ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ହିଁ କରାଯାଉଛି ।
ସୂଚନାଯୋଗ୍ୟ, ବିଦେଶୀ ଫାର୍ମା କମ୍ପାନୀ ଫାଇଜର ତାର କରୋନା ଟୀକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ କୁ ଅନୁମତି ମାଗିଥିଲା ।