ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପୁଣି ମୁଣ୍ଡ ଟେକିଛି କରୋନା । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବିିଭିନ୍ନ ସ୍ଥାନରୁ ରୋଗୀ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ତତ୍ପରତା ପ୍ରକାଶ କରିଛନ୍ତି ଓଡିଶା ସରକାର । ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।
ଏହାସହିତ ଯଦି କାହାରି କୋଭିଡ ଭଳି ଲକ୍ଷଣ ଦେଖାଦେଉଛି ତେବେ ପରୀକ୍ଷା କରିବା ପାଇଁ ଅପିଲ କରାଯାଇଛି । ଆବଶ୍ୟକ ହେଲେ କୋଭିଡ ପରୀକ୍ଷା କେନ୍ଦ୍ର ବଢାଯିବ । ଏବେ ଯାଏଁ ରାଜ୍ୟରେ କୋଭିଡ ମାମଲା ଚିହ୍ନଟ ହୋଇନାହିଁ । ଜାରି ରହିଛି ଟେଷ୍ଟିଂ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁସାରେ ଆମେ ସତର୍କ ରହିବା ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।