ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏହାରି ମଧ୍ୟରେ କରୋନା ଟୀକାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତକୁ କରୋନା ଟୀକା ଆସିବାର ସମ୍ଭାବନା ରହିଛି । ଏହାସହିତ ଏକରୁ ଅଧିକ ଉତ୍ସରୁ ଟୀକା ଉପଲବ୍ଧ ହୋଇପାରେ । ଦେଶବ୍ୟାପି ଟୀକା ବିତରଣ କିଭଳି କରାଯିବ ସେନେଇ ଏବେ ବିଶେଷଜ୍ଞମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି ।
ସଣ୍ଡେ ସମ୍ବାଦ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ଟୀକା ପାଇଁ ଆମ ନିକଟରେ ୪୦ କ୍ୟାଣ୍ଡିଡେଟ ଅଛନ୍ତି, ଯେଉଁମାନେ କ୍ଲିନିକାଲ ଟ୍ରାୟଲ ର ଭିନ୍ନ ଭିନ୍ନ ସ୍ତରରେ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦ କ୍ୟାଣ୍ଡିଡେଟ ତୃତୀୟ ଚରଣରେ ରହିଛନ୍ତି ।
ସେହିପରି ଡବ୍ଲ୍ୟୁଏଚଓ ର ମୁଖ୍ୟ ବୈଜ୍ଞାନିକ ସ୍ୱାମିନାଥନ କହିଛନ୍ତି କି,ଚଳିତ ବର୍ଷ ଶେଷ ସୁଧା ବା ଆଗାମୀ ବର୍ଷ ପ୍ରାରମ୍ଭରେ ରେଜିଷ୍ଟ୍ରେସନ ପାଇଁ ଏକ ଟୀକା ପ୍ରସ୍ତୁତ ହୋଇଯିବ ।