ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ମିଟର ଉପର ମୁହାଁ । ପୁଣି ଥରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି କି, ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ । କରୋନା ସଂକ୍ରମଣଠୁ ନେଇ ମ୍ୟାଲେରିଆ, ଟିବି, ଫାଇଲେରିଆ, ଡାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ କରାଯାଉଛି ।
ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ବଢିବା ଆରମ୍ଭ ହୋଇଛି । ପୂର୍ବରୁ ସଂକ୍ରମଣ ସିଙ୍ଗଲ ଡିଜିଜ ରେ ରହୁଥିଲା । ମାତ୍ର ସଂକ୍ରମିତଙ୍କ ସଂଖ୍ୟା ଏତେ ବି ଅଧିକ ହୋଇନି । ହସ୍ପିଟାଲାଇଜେସନ ମଧ୍ୟ ବଢିନି । ଯେଉଁଠି ସଂକ୍ରମଣ ଅଧିକ ବଢୁଛି ସେଠି ତଥ୍ୟ ଅନୁଧ୍ୟାନ କରାଯିବ । ଏହାସହିତ ରାଜ୍ୟରେ ଏବେ ଯାହା ବି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହା ସବୁ ଓମିକ୍ରନ ଭ୍ୟାରିଆଣ୍ଟ ।