କୋରାପୁଟ(ଏଟିଆର ବ୍ୟୁରୋ):କୋରାପୁଟ ଗସ୍ତରେ ଯିବେ ପୋଲିିସ ଡିଜି ଅଭୟ । ସେଠାରେ ସେ ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା କରିବେ । ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କରିବେ । ଏବଂ ଏହା ସହ ଦକ୍ଷିଣ ପଶ୍ଚିିମାଞ୍ଚଳରେ ଥିବା ୬ ଟି ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରିବେ ।
ଡିଜି ଅଭୟଙ୍କ ସହ ଗୋଇନ୍ଦା ନିର୍ଦ୍ଦେଶକ , ଅତିରିକ୍ତ ଡିଜି ଯଶୋବନ୍ତ ଜେଠୱା ମଧ୍ୟ ଉପସ୍ଥିତ ରହିବେ । ଏନେଇ କୋରାପୁଟ ଏସପି ବରୁଣ ଗୁଣଟୁପଲ୍ଲି ସୂଚନା ଦେଇଛନ୍ତି । କେରାପୁଟରେ ବିଭିନ୍ନ ସ୍ଥାନରେ ମାଓ ସାମଗ୍ରୀ ମିଳୁଥିବାରୁ କିଭଳି ସତର୍କ ହୋଇ କାର୍ଯ୍ୟ କରାଯିବ ସେନେଇ ସ୍ଥିତିର ସମୀକ୍ଷା କରିବେ ଡିଜି ଅଭୟ । ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।