ଆଠଗଡ(ଏଟିଆର ବ୍ୟୁରୋ):ଆଠଗଡରେ ପୁଣି ଫେରିଲା ଲକଡାଉନ ।ଆଠଗଡ ବ୍ଲକର ରାଧାକୃଷ୍ଣପୁର ପଂଚାୟତର ଖଣ୍ଡୁଆଳି ଗାଁରେ ୧୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ ।
ସୂଚନା ଅନୁସାରେ ଗାଁରେ କିଛି ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖାଦେଇଥିଲା । ଗୋଟେ ଦିନରେ ଏତେ ଲୋକ କରୋନା ପଜିଟିଭ ହୋଇଥିବା ବେଳେ ଲକଡାଉନ ଘୋଷଣା କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଲୋଙ୍କୁ ହୋମ ଆଇସୋଲୋସନରେ ରହିବା ସହ ସମସ୍ତଙ୍କ ସଂସପର୍ଶ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କଂଟାକ୍ଟ ଟ୍ରେସିଂ କରାଯାଇଛି ।
ଗାଁ ଭିରକୁ ବାହାର ଲୋକ କେହି ପ୍ରବେଶ ନକରିବା ପାଇଁ କଟକଣା କରାଯାଇଛି । ଏବଂ ଗାଁର ଦୁଇ ପାଶ୍ୱରେ ବାଇଁଶ ବାନ୍ଧି ଯାତାୟତ ଉପରେ ମଧ୍ୟ କଟଖରା କରାଯାଇଛି । ଅଧିକ ଦରକାର ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।