ପୁରୀ(ଏଟିଆର ବ୍ୟୁରୋ):ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇଲ ପ୍ରସ୍ତୁତ କରିଛନ୍ତି ଜାତୀୟ ସ୍ମାରକୀ ପ୍ରାଧୀକରଣ । ପୁରୀ ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ନିର୍ମାଣ କାର୍ୟ୍ୟକୁ ବାରଣ କରାଯାଇଥିବାରୁ ଏ ନେଇ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିଛନ୍ତି।ଏହା ସହ ୨୦୦ ମିଟର ଅଚଂଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି ।
ଏହି ବାଇଲେ କୁହାଯାଇଛି ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ମଧ୍ୟରୁ ମେଘନାଦ ପ୍ରାଚୀରରେ ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଏବଂ ପରବର୍ତ୍ତୀ ୨୦୦ ମିଟର ଅଞ୍ଚଳକୁ ନିୟନ୍ତ୍ରଣ ଅଞ୍ଚଳ,ରେ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଯଦିଓ ବାରଣ କରାନଯିବ ତଥାପି ନିର୍ମାଣ ପାଇଁ ଏନଏମର ପରାମର୍ଶ ଆବଶ୍ୟକତା ରହିଛି ।
ବର୍ତ୍ତମାନ ମନ୍ଦିର ଚାରିପଟେ ମୁଖ୍ୟତଃ ବାଣିଜ୍ୟିକ ଓ ଆବାସିକ କାର୍ଯ୍ୟଲାଗି ଉପଭୋଗ କରାଯାଇଛି । ଏବଂ କିଛି ସ୍ଥାନରେ ଛୋଟ ଛୋଟ ମନ୍ଦିର ଓ ବଜାର ରହିଛି । ଆଉ କିଛି ଅଞ୍ଚଳ ରହିଛି ଯେଉଁଠି ସିଟି ରୋଡ ଯାଇଛି ଓ ଟାଇଲ ବିଛା ରାସ୍ତା , ମନ୍ଦିର କଂପ୍ଲେକ୍ସ , ପୁରୀ ସମୁଦ୍ର ରହିଛି ।
ନିଷିଦ୍ଧ ଅଞ୍ଚଳ ମଧ୍ୟରେ ୭ମିଟର ଉଚ୍ଚ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। କୋଠା ବା ନିର୍ମାଣଗୁଡ଼ିକ ଦ୍ବାରା ଦୂରରୁ ଶ୍ରୀମନ୍ଦିର ଦର୍ଶନ ଯେଭଳି ବାଧାପ୍ରାପ୍ତ ନହୁଏ ତାହା ପ୍ରତି ଧ୍ୟାନ ଦିଆଯିବ। ଶ୍ରଦ୍ଧାଳୁଙ୍କ ଭାବନାକୁ ବାଧା ଦେବାଭଳି କାର୍ୟ୍ୟ କରାଯିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।