ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକା କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ୮୪ ଦିନର ବ୍ୟବଧାନକୁ କମ କରିବାର କୌଣସି ନିଷ୍ପତି ଉପରେ ବିଚାର କରୁ ନାହାନ୍ତି ଭାରତ ସରକାର । ବିରିଷ୍ଠ ବିଶେଷଜ୍ଞ କହିଛନ୍ତି କି, କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରାଇବେନି ସରକାର ।
କିଛି ମିଡିଆ ରପୋର୍ଟରେ କୁହାଯାଉଥିଲା କି ଭାରତରେ କୋଭିସିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଟୀକା ମଧ୍ୟରେ ସମୟକୁ କମ କରାଯିବ । ଯାହାଦ୍ୱାରା ଲୋକେ କମ ସମୟରେ କୋଭିସିଲ୍ଡର ଦୁଇଟି ଡୋଜ ନେଇ ପାରିବେ । କିନ୍ତୁ ଏନେଇ ସରକାର ସ୍ପଷ୍ଟ କରିଛନ୍ତି କି ଏଭଳି କିଛି ବିଚାର କରାଯାଇ ନାହିଁ ।
ବାସ୍ତବରେ, ଗତ କିଛି ଦିନ ତଳେ କେରଳ ହାଇକୋର୍ଟ କୋଭିସିଲ୍ଡ ଟୀକାର ପ୍ରଥମ ଡୋଜର ଚାରି ସପ୍ତାହ ପରେ ଦ୍ୱିତୀୟ ଡୋଜ ନେବାର ଆଦେଶ ଜାରି କରିଥିଲା । କିନ୍ତୁ କେରଳ ହାଇକୋର୍ଟର ଏହି ନିଷ୍ପତି ବିରୋଧରେ କେନ୍ଦ୍ର ଅପିଲ ଦାୟର କରିଛି ।