ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମେ ୧ ରେ ଭାରତରେ ପହଁଚିବ ଋଷର କରୋନା ଟୀକା ସ୍ଫୁଟିନିକ ଭି । ସେହିପରି ମେ ୧ ରୁ ଭାରତରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ସେହିଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟୀକା ଦିଆଯିବ । ମେ ପହିଲାରେ ଭାରତରେ ସ୍ଫୁଟିନିକ ଭିର ପ୍ରଥମ ବ୍ୟାଚ ପହଁଚିବା ନେଇ ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ପ୍ରମୁଖ କିରିଲି ଦମିତ୍ରିବ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ମେ ୧ ରେ ଟୀକାର ଫାଷ୍ଟ ବ୍ୟାଚ ଡେଲିଭରୀ କରାଯିବ । ଏହାଦ୍ୱାରା ମହାମାରୀକୁ ମାତ୍ ଦେବା ପାଇଁ ଭାରତକୁ ସହାୟତା ମିଳିବ ।
ସାରା ଦୁନିଆରେ ସ୍ଫୁଟିନିକ ଭିର ମାର୍କେଟିଙ୍ଗ କରୁଛି ଆରଡୀଆଇଏଫ । ଏହାସହିତ ଏହି କ୍ରମରେ ୫ ବଡ ଭାରତୀୟ ନିର୍ମାତାଙ୍କ ସହ ବର୍ଷକୁ ୮୫ କୋଟିରୁ ଅଧିକ ଟୀକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଡିଲ କରିଛି ।