ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ ଅଭିଯାନ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକାକରଣ କରାଯାଉଛି । ସେହିପପରି ତୃତୀୟ ଲହରର ଆଶଙ୍କ ମଧ୍ୟରେ ଶିଶୁମାନଙ୍କୁ ସୁରକ୍ଷିତ କରିବା ଏବେ ବଡ ଚ୍ୟାଲେଞ୍ଜ । ଏଥିପାଇଁ ଅନେକ ଟୀକା କମ୍ପାନୀ ପକ୍ଷରୁ ଶିଶୁଙ୍କଠାରେ ଟ୍ରାଏଲ ପ୍ରକ୍ରିୟା ଜାରି ରହିଛି । ଏହାରି ମଧ୍ୟରେ ଏବେ ଶୁଣିବାକୁ ମିଳିଛି କି ୧୨ ରୁ ୧୮ ବର୍ଷ ପିଲାଙ୍କର ଟୀକାକରଣ ଆଗାମୀ ମାସରୁ ଆରମ୍ଭ ହୋଇଯିବ ।
ସୂତ୍ରଅନୁଯାୟୀ, ଆଗାମୀ ମାସରେ ପିଲାଙ୍କ ପାଇଁ ଯାୟକୋଭ-ଡି ଟୀକା ଲଞ୍ଚ କରିବ କ୍ୟାଡିଲା ହେଲ୍ଥକେୟାର । ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଗତ ମାସରେ ଡିଜିସିଆଇ ପକ୍ଷରୁ ମଞ୍ଜୁରୀ ମିଳିଥିଲା । ଅକ୍ଟୋବର ମାସରୁ ପ୍ରତ୍ୟେକ ମାସରେ ଏକ କୋଟି ଡୋଜ ତିଆରି କରିବା ଆରମ୍ଭ କରିବ ଜାୟଡସ କ୍ୟାଡିଲା ।