ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ କରୋନାର ଭାରତୀୟ ଷ୍ଟ୍ରେନ (ବି,୧.୬୧୭) ଚିହ୍ନଟ ହୋଇଛି । ଏହି ଘାତକ ଷ୍ଟ୍ରେନ ଓଡିଶାର ୭୦ ଜଣଙ୍କଠାରେ ଚିହ୍ନଟ ହୋଇଛି । କେବଳ ସେତିକି ନୁହେଁ ବ୍ରିଟ୍ରେନ ଷ୍ଟ୍ରେନ (ବି.୧.୧.୭) ମଧ୍ୟ ୩୦ ଜଣଙ୍କ ଠାରେ ଚିହ୍ନଟ ହୋଇଛି । ଏହି ଘାତକ ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ନେଇ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।
ପରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା ଏହି ଭାରତୀୟ ଷ୍ଟ୍ରେନ । ଏହାପରେ ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଛତିଶଗଡରେ ଦେଖାଦେଇଥିଲା । ଦ୍ରୁତ ବେଗରେ ଏହି ନୂତନ ଷ୍ଟ୍ରେନ ବ୍ୟାପିବା ସହ ଅଧିକ ଲୋକଙ୍କ ଜୀବନ ନେଉଥିବା କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।