କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ଆନ୍ତର୍ଜାତିକ ଯୋଗ ଦିବସ ଜୁନ 21, 2020ରେ ସେ ପୁରୁଣା କିଲ୍ଲାଠାରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ । ସମସ୍ତେ ନିଜ ନିଜ ଘରେ ରହି ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ତାଙ୍କ ସହିତ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଶ୍ରୀ ପଟେଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକୁ ଯୋଗ ଦିବସ ଉପହାର ସ୍ୱରୂପ ଦେଇଛନ୍ତି ଏବଂ ଆମେ ଆମର ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ କରିବା ଉଚିତ ।
ସୋସିଆଲ ମିଡିଆରେ ଶ୍ରୀ ପଟେଲ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ # 10 ମିଲିୟନ ସୁର୍ଯ୍ୟ ନମସ୍କାର ଏବଂ # ନମସ୍ତେ ଯୋଗ ବ୍ୟବହାର କରି ସେମାନଙ୍କର ସୂର୍ଯ୍ୟ ନମସ୍କାର ଭିଡିଓ ପୋଷ୍ଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିବ ଏବଂ ଏହା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ସୋସିଆଲ ମିଡିଆରେ ସଂସ୍କୃତି ମନ୍ତ୍ରୀଙ୍କ ଏହି ବାର୍ତ୍ତା ବହୁ ପ୍ରତିକ୍ରିୟା ପାଇବାରେ ଲାଗିଛି । ସେ ଆଶା କରିଛନ୍ତି ଯେ, ଆନ୍ତର୍ଜାତିକ ଯୋଗ ଦିବସ 2020ରେ ପ୍ରାୟ 10 ଲକ୍ଷ ଲୋକ ନିଜ ନିଜ ଘରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ତାଙ୍କ ସହିତ ଯୋଡିହେବେ ।