ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ସୋଶିଆଲ ମିଡିଆର ଦୁରୁପଯୋଗ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସୁପ୍ରିମ୍ କୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଶପତପତ୍ର ଦାଖଲ କରିବା ପାଇଁ କୁହାଯାଇଛି । ଏନେଇ ସୁପ୍ରିମ୍ କୋର୍ଟ ପକ୍ଷରୁ କୁହାଯାଇଛି କି, ଅନଲାଇନ୍ ଅପରାଧୀଙ୍କୁ ଆମେ ଧରି ପାରିବୁନି ବୋଲି କହିଲେ ଚଳିବ ନାହିଁ । ଯଦି ଅପରାଧ କରିବା ପାଇଁ ଟେକ୍ନୋଲଜି ଅଛି ତେବେ ତାକୁ ରୋକିବା ପାଇଁ ମଧ୍ୟ ଟେକ୍ନୋଲଜି ଅଛି ।
ସୋଶିଆଲ ମିଡିଆର ଦୁରୁପଯୋଗ ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମ କୋର୍ଟ ପକ୍ଷରୁ କୁହାଯାଇଛି କି, ଦେଶରେ ସୋଶିଆଲ ମିଡିଆର ଦୁରୁପଯୋଗ ହେଉଛି, ଯାହା ଖୁବ୍ ବିପଦପୂର୍ଣ୍ଣ । ଏହି ପ୍ରସଙ୍ଗର ସମାଧାନ ପାଇଁ ସରକାର ବହୁତ ଶୀଘ୍ର ପଦକ୍ଷେପ ନେବା ଉଚିତ୍ । ଏହି ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ କିମ୍ବା ହାଇକୋର୍ଟ ନିଷ୍ପତି ନେବାରେ ସକ୍ଷମ ନୁହଁନ୍ତି କେବଳ ସରକାର ହିଁ ଏହା ଉପରେ ନୀତି ନିୟମ ଆଣିପାରିବେ ।