ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବା ବେଳେ କରୋନା ଟୀକା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ଅନେକ ଜିଲ୍ଲାରେ ପୁଣି ସଂକ୍ରମଣ ବ୍ୟାପୁଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେପଟେ କରୋନାକୁ ମୁକାବିଲା କରିବା ଲାଗି ସାରା ଦେଶରେ ଦୁଇଦିନିଆ ମକ୍ ଡ୍ରିଲ ଚାଲିଥିବା ବେଳେ ଓଡିଶାରେ ମଧ୍ୟ କରାଯାଉଛି ମକଡ୍ରିଲ । ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ ।