ଚଣ୍ଡିଗଡ (ଏଟିଆର ବ୍ୟୁରୋ): ପୁଣି ମୁଣ୍ଡ ଟେକିଛି କରୋନା ଭାଇରସ । ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଲାଣି । କରୋନାର ସବ୍ ଭାରିଆଣ୍ଟ ଜେଏନ.୧ ଭୂତାଣୁ କାୟା ବିସ୍ତାର କରୁି । ପ୍ରଥମେ କେରଳ, କର୍ଣ୍ଣାଟକ ପରେ ଏବେ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଲାଣି । ଏବେ ଯାଏଁ ୨୧ ଟି ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ପକ୍ଷରୁ ଗାଇଢଲାଇନ ଜାରି କରାଯିବା ସହ ରାଜ୍ୟମାନେ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି ।
କରୋନା ମାମଲାକୁ ନେଇ କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ପରେ ଏବେ ଚଣ୍ଡିଗଡ ମଧ୍ୟ ମାସ୍କ ବାଧ୍ୟତାମୂଳକ କରିଛି । ମାସ୍କ ପିନ୍ଧିବା ସହ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦେଇଛି ଚଣ୍ଡିଗଡ ପ୍ରଶାସନ ।