ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦେଶରେ ଲାଗୁ ହୋଇଥିବା ଲକ ଡାଉନର ଅବଧି ଆସନ୍ତା ଅପ୍ର୍ରେଲ ୧୪ ତାରିଖରେ ଶେଷ ହେବ । ତେବେ ଏହି ଅବଧି ଆଉ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ବୃଦ୍ଧି କରାଯିବ କି ନାହିଁ ସେନେଇ ଆଜି ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିବେ ମୋଦି । ରାଜ୍ୟରେ କରୋନା ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି । ଏବଂ ଦେଶରେ ଆଉ କଣ ପଦକ୍ଷେପ ନିଆଯିବା ଦରକାର ସେନେଇ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଲୋଡି ପାରନ୍ତି ।
ଆଜିର ଆଲୋଚନା ପରେ ଲକ ଡାଉନର ଅବଧି ବୃଦ୍ଧି କରାଯିବ କି ନାଁ ସେନେଇ ଦେଶବାସୀଙ୍କୁ ସମ୍ଭୋଧନ କରି ପାରନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଅବଧି ବୃଦ୍ଧି କରିଛନ୍ତି । ଅନ୍ୟପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଗତକାଲିର ସୂଚନା ଅନୁସାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ ରହିଛି । ମୃତ୍ୟୁ ସଂଖ୍ୟା ୧୯୯ ରହିଛି ।